Product SiteDocumentation Site

Red Hat Enterprise Linux 6

Release Notes

ପ୍ରକାଶନ ଟିପ୍ପଣୀ Red Hat Enterprise Linux 6.5

ସଂସକରଣ 5

Red Hat ଇଂଜିନିୟରିଙ୍ଗ ବିଷୟବସ୍ତୁ ସର୍ଭିସଗୁଡ଼ିକ


ବୈଧାନିକ ସୂଚନା

Copyright © 2013 Red Hat, Inc.
The text of and illustrations in this document are licensed by Red Hat under a Creative Commons Attribution–Share Alike 3.0 Unported license ("CC-BY-SA"). An explanation of CC-BY-SA is available at http://creativecommons.org/licenses/by-sa/3.0/. In accordance with CC-BY-SA, if you distribute this document or an adaptation of it, you must provide the URL for the original version.
Red Hat, as the licensor of this document, waives the right to enforce, and agrees not to assert, Section 4d of CC-BY-SA to the fullest extent permitted by applicable law.
Red Hat, Red Hat Enterprise Linux, the Shadowman logo, JBoss, MetaMatrix, Fedora, the Infinity Logo, and RHCE are trademarks of Red Hat, Inc., registered in the United States and other countries.
Linux® is the registered trademark of Linus Torvalds in the United States and other countries.
Java® is a registered trademark of Oracle and/or its affiliates.
XFS® is a trademark of Silicon Graphics International Corp. or its subsidiaries in the United States and/or other countries.
All other trademarks are the property of their respective owners.


1801 Varsity Drive
 RaleighNC 27606-2072 USA
 Phone: +1 919 754 3700
 Phone: 888 733 4281
 Fax: +1 919 754 3701

ସାରାଂଶ
ପ୍ରକାଶନ ଟିପ୍ପଣୀରେ ଉଚ୍ଚ ମାନର ଉନ୍ନତି ଏବଂ Red Hat Enterprise Linux 6.5ରେ ଯୋଗକରାଯାଇଥିବା ବିଶେଷତାଗୁଡ଼ିକୁ ବର୍ଣ୍ଣନା କରିଥାଏ। Red Hat Enterprise Linuxରେ 6.5ଅଦ୍ୟତନ ପାଇଁ ହୋଇଥିବା ପରିବର୍ତ୍ତନଗୁଡିକର ବିସ୍ତୃତ ବିବରଣୀ ପାଇଁ, ଯାନ୍ତ୍ରିକ ଟିପ୍ପଣୀ କୁ ଅନୁସରଣ କରନ୍ତୁ।

ଉପକ୍ରମଣିକା
1. କର୍ଣ୍ଣଲ
2. ନେଟୱର୍କିଙ୍ଗ
3. ସୁରକ୍ଷା
4. ସଦସ୍ଯତା ପରିଚାଳନା
5. ଆଭାସୀକରଣ
5.1. KVM
5.2. Microsoft Hyper-V
5.3. VMware
6. ସଂରକ୍ଷଣ ସ୍ଥାନ
7. ଏକତ୍ରିକରଣ
8. ହାର୍ଡୱେର ସକ୍ରିୟଣ
9. ଅନୁଷ୍ଠାନ ମାନକ ଏବଂ ପ୍ରମାଣପତ୍ର
10. ଡେସ୍କଟପ ଏବଂ ଆଲେଖୀ
11. କାର୍ଯ୍ୟଦକ୍ଷତା ଏବଂ ମାପନୀୟତା
12. ସଙ୍କଳକ ଏବଂ ସାଧାନମାନ
A. ଉପାଦାନ ସଂସ୍କରଣଗୁଡ଼ିକ
B. ପୁନରୀକ୍ଷଣ ପୁରୁଣା ତଥ୍ୟ

ଉପକ୍ରମଣିକା

Red Hat Enterprise Linux ଗୌଣ ପ୍ରକାଶନଗୁଡ଼ିକ ବ୍ୟକ୍ତିଗତ ଉନ୍ନତି, ସୁରକ୍ଷା ଏବଂ ତୃଟି ନିବାରଣ ଏରାଟାର ଏକ ମିଶ୍ରଣ। Red Hat Enterprise Linux 6.5 ପ୍ରକାଶନ ଟିପ୍ପଣୀ Red Hat Enterprise Linux 6 ରେ ମୂଖ୍ୟ ପରିବର୍ତ୍ତନଗୁଡ଼ିକୁ ଦଲିଲିକୃତ କରିଥାଏ ଏବଂ ଏହି ଗୌଣ ପ୍ରକାଶନ ପାଇଁ ପ୍ରୟୋଗଗୁଡ଼ିକୁ ସମିଶ୍ରଣ କରିଥାଏ।ଏହି ଗୌଣ ପ୍ରକାଶନରେ ପରିବର୍ତ୍ତନଗୁଡ଼ିକରେ ବିସ୍ତୃତ ଟିପ୍ପଣୀ (ଯେପରିକି, ତୃଟି ସଂଶୋଧନ, ସନ୍ନିହିତ ଉନ୍ନତି, ଏବଂ ଜଣାଥିବା ସମସ୍ୟାଗୁଡ଼ିକୁ ପାଇବା) ଇତ୍ୟାଦି ଗୁଡ଼ିକ ଯାନ୍ତ୍ରିକ ଟିପ୍ପଣୀ ରେ ଉପଲବ୍ଧ। ଯାନ୍ତ୍ରିକ ଟିପ୍ପଣୀ ଦଲିଲ ବର୍ତ୍ତମାନ ଉପଲବ୍ଧ ସମସ୍ତ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନକୁ ମଧ୍ଯ ସେମାନଙ୍କୁ ପ୍ରଦାନ କରିଥିବା ପ୍ୟାକେଜଗୁଡ଼ିକ ସହିତ ଏକ ସମ୍ପୂର୍ଣ୍ଣ ତାଲିକା ଧାରଣ କରିଥାଏ।

ଗୁରୁତ୍ବପୂର୍ଣ୍ଣ

ଏହି ଅନଲାଇନ Red Hat Enterprise Linux 6.5 ପ୍ରକାଶନ ଟିପ୍ପଣୀ, ଯାହାକି ଏଠାରେ ଅନଲାଇନରେ ଅବସ୍ଥିତ, ସେଗୁଡ଼ିକୁ ନିର୍ଣ୍ଣାୟକ, ଅଦ୍ୟତିତ ସଂସ୍କରଣ ଭାବରେ ଗ୍ରହଣ କରାଯାଇଥାଏ। ଏହି ପ୍ରକାଶନ ବିଷୟରେ ପ୍ରଶ୍ନର ଉତ୍ତର ପାଇଁ ଗ୍ରାହକମାନେ ସେମାନଙ୍କ ସଂସ୍କରଣର Red Hat Enterprise Linux ରେ ଅନଲାଇନରେ ପ୍ରକାଶନ ଏବଂ ଯାନ୍ତ୍ରିକ ଟିପ୍ପଣୀ ସହିତ ସମ୍ପର୍କ କରିପାରିବେ।
ଯଦି ଆପଣଙ୍କୁ Red Hat Enterprise Linux ଜୀବନଚକ୍ର ବିଷୟରେ ସୂଚନା ଆବଶ୍ୟକ, ତେବେ https://access.redhat.com/support/policy/updates/errata/ କୁ ଅନୁସରଣ କରନ୍ତୁ।

ଅଧ୍ଯାୟ 1. କର୍ଣ୍ଣଲ

Red Hat Enterprise Linux 6.5 ରେ ପ୍ରକାଶିତ କର୍ଣ୍ଣଲରେ କେତେ ଶହ ତୃଟି ସମାଧାନ, ଏବଂ Linux କର୍ଣ୍ଣଲ ପାଇଁ ଉନ୍ନତିଗୁଡ଼ିକ ଅନ୍ତର୍ଭୁକ୍ତ। ଏହି ପ୍ରକାଶନ ପାଇଁ ଆବଶ୍ୟକୀୟ ତୃଟି ସମାଧାନ ଏବଂ କର୍ଣ୍ଣଲରେ ଯୋଡ଼ିତ ଉନ୍ନତି ବିଷୟରେ ବିବରଣୀ ପାଇଁ, Red Hat Enterprise Linux 6.5 ଯାନ୍ତ୍ରିକ ଟିପ୍ପଣୀ ର କର୍ଣ୍ଣଲ ବିଭାଗକୁ ଅନୁସରଣ କରନ୍ତୁ।

PMC-ସିଏରା କାର୍ଡ ଏବଂ ନିୟନ୍ତ୍ରକଗୁଡ଼ିକ

pm8001/pm80xx ଡ୍ରାଇଭର PMC-Sierra Adaptec Series 6H ଏବଂ 7H SAS/SATA HBA କାର୍ଡ ଏବଂ PMC Sierra 8081, 8088, ଏବଂ 8089 ଚିପ ଆଧାରିତ SAS/SATA ନିୟନ୍ତ୍ରକଗୁଡ଼ିକୁ ମଧ୍ଯ ସହାୟତା ଦେଇଥାଏ।

ଉତ୍ତର ଦେଉନଥିବା ଉପକରଣଗୁଡ଼ିକ ପାଇଁ ବିନ୍ୟାସ ଯୋଗ୍ୟ ସମୟ ସମାପ୍ତି

କିଛି ସଂରକ୍ଷଣ ବିନ୍ୟାସରେ (ଉଦାହରଣ ସ୍ୱରୂପ, ଅନେକ LUNs ବିଶିଷ୍ଟ ସଂରଚନାରେ), SCSI ତୃଟି ନିୟନ୍ତ୍ରଣ ସଂକେତ କିଛି ପରିମାଣର ସମୟ ପ୍ରଦାନକାରୀ ନିର୍ଦ୍ଦେଶ ବ୍ୟବହାର କରିଥାଏ ଯେପରିକି ଉତ୍ତର ଦେଉନଥିବା ସଂରକ୍ଷଣ ଉପକରଣଗୁଡ଼ିକ ପାଇଁ TEST UNIT READY। ଏକ ନୂତନ sysfs ପ୍ରାଚଳ, eh_timeout, କୁ SCSI ଉପକରଣ ବସ୍ତୁରେ ଯୋଗ କରାଯାଇଥାଏ, ଯାହାକି TEST UNIT READY ଏବଂ REQUEST SENSE ନିର୍ଦ୍ଦେଶଗୁଡ଼ିକ ପାଇଁ ସମୟ ସମାପ୍ତି ମୂଲ୍ୟର ସଂରଚନାକୁ ଅନୁମତି ଦେଇଥାଏ, ଯାହାକି SCSI ତୃଟି ନିୟନ୍ତ୍ରଣ ସଂକେତ ଦ୍ୱାରା ବ୍ୟବହାର ହୋଇଥାଏ। ଏହା ଉତ୍ତର ଦେଉନଥିବା ଉପକରଣଗୁଡ଼ିକୁ ଯାଞ୍ଚକରି ନିୟୋଜିତ ସମୟକୁ କମ କରିଥାଏ। eh_timeout ର ପୂର୍ବନିର୍ଦ୍ଧାରିତ ମୂଲ୍ୟ ହେଉଛି 10 ସେକଣ୍ଡ, ଯାହାକି ଏହି ଫଳନକୁ ବ୍ୟବହାର କରିବା ପୂର୍ବରୁ ବ୍ୟବହୃତ ସମୟ ସମାପ୍ତି ମୂଲ୍ୟ।

ତୃଟି ପୁନରୁଦ୍ଧାର ପାଇଁ ସର୍ବାଧିକ ସମୟର ବିନ୍ୟାସ

ଏକ ନୂତନ sysfs ପ୍ରାଚଳ eh_deadline କୁ SCSI ହୋଷ୍ଟ ବସ୍ତୁ ସହିତ ଯୋଗ କରାଯାଇଥାଏ, ଯାହାକି SCSI ତୃଟି ନିୟନ୍ତ୍ରଣ ପୁନରୁଦ୍ଧାର ପାଇଁ ପ୍ରୟାସ କରୁଥିବା ସର୍ବାଧିକ ପରିମାଣର ସମୟକୁ ବିନ୍ୟାସ କରିବା ପାଇଁ ସକ୍ରିୟ କରିଥାଏ, ତ୍ୟାଗ କରିବା ପୂର୍ବରୁ ଏବଂସମଗ୍ର ହୋଷ୍ଟ ବସ ଏଡ଼ାପଟର (HBA)କୁ ପୁନଃସ୍ଥାପନ କରିବା ପୂର୍ବରୁ। ଏହି ପ୍ରାଚଳର ମୂଲ୍ୟ ସେକେଣ୍ଡରେ ଉଲ୍ଲେଖ ହୋଇଥାଏ, ଏବଂ ପୂର୍ବନିର୍ଦ୍ଧାରିତ ଶୂନ୍ୟ, ଯାହାକି ସମୟ ସୀମାକୁ ନିଷ୍କ୍ରିୟ କରିଥାଏ ଏବଂ ସମସ୍ତ ତୃଟି ପୁନରୁଦ୍ଧାରକୁ ଅନୁମତି ଦେଇଥାଏ। sysfs କୁ ବ୍ୟବହାର କରିବା ସହିତ, ସମସ୍ତ SCSI HBA ପାଇଁ ଏକ ପୂର୍ବନିର୍ଦ୍ଧାରିତ ମୂଲ୍ୟକୁ ସେଟ କରି eh_deadline କର୍ଣ୍ଣଲ ପ୍ରାଚଳକୁ ବ୍ୟବହାର କରିଥାଏ।

Lenovo X220 ଟଚସ୍କ୍ରିନ ସହାୟତା

Red Hat Enterprise Linux 6.5 ବର୍ତ୍ତମାନ Lenovo X220 ଟଚସ୍କ୍ରିନକୁ ସହାୟତା ଦେଇଥାଏ।

ଅଧ୍ଯାୟ 2. ନେଟୱର୍କିଙ୍ଗ

ସୁନିଶ୍ଚିତ ସମୟ ପ୍ରଟୋକଲ

Linux ପାଇଁ IEEE standard 1588-2008 ଅନୁସାରେ Precision Time Protocol (PTP) ର ଏକ ନିୟୋଜନକୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ Red Hat Enterprise Linux 6.4 ରେ ଆରମ୍ଭ କରାଯାଇଛି। PTP ସଂରଚନା, ଉଭୟ କର୍ଣ୍ଣଲ ଏବଂ ବ୍ୟବହାରକାରୀ ସ୍ଥାନ, ବର୍ତ୍ତମାନ Red Hat Enterprise Linux 6.5 ରେ ସମ୍ପୂର୍ଣ୍ଣ ଭାବରେ ସହାୟତା ପ୍ରାପ୍ତ। ନେଟୱର୍କ ଡ୍ରାଇଭର ସମୟ ସହାୟତା ମଧ୍ଯ ବର୍ତ୍ତମାନ ନିମ୍ନଲିଖିତ ଡ୍ରାଇଭରଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥାଏ: bnx2x, tg3, e1000e, igb, ixgbe, and sfc.

ବିନ୍ୟାସ ହୋଇନଥିବା IP Multicast IGMP Snooping ତଥ୍ୟକୁ ବିଶ୍ଳେଷଣ କରୁଅଛି

ଏହା ପୂର୍ବରୁ, ବ୍ରିଜ ମଡ୍ୟୁଲ sysfs ଆଭାସୀ ଫାଇଲ ତନ୍ତ୍ର IP ମଲଟିକାଷ୍ଟ ଇଣ୍ଟରନେଟ ଶ୍ରେଣୀ ପରିଚାଳନା ପ୍ରୋଟୋକଲ (IGMP) ସ୍ନୁପିଙ୍ଗ ତଥ୍ୟକୁ ନିରୀକ୍ଷଣ କରିବାର କ୍ଷମତା ପ୍ରଦାନ କରିଥାଏ। ଏହି ବିଶେଷତା ବିନା, ବ୍ୟବହାରକାରୀମାନେସେମାନଙ୍କର ମଲଟିକାଷ୍ଟ ଯାତାୟାତକୁ ସମ୍ପୂର୍ଣ୍ଣ ଭାବରେ ବିଶ୍ଳେଷଣ କରିପାରିବେ ନାହିଁ। Red Hat Enterprise Linux 6.5 ରେ, ବ୍ୟବହାରକାରୀମାନେ ଅପସାରିତ ମଲଟିକାଷ୍ଟ ରାଉଟର ପୋର୍ଟ, ସକ୍ରିୟ ଗ୍ରାହକ ଏବଂ ସଂଶ୍ଳିଷ୍ଟ ଅନ୍ତରାପୃଷ୍ଠ ସହିତ ଶ୍ରେଣୀ ଗୁଡ଼ିକୁ ତାଲିକାଭୁକ୍ତ କରିବାରେ ସକ୍ଷମ ହୋଇଥାନ୍ତି।

PPPoE ସଂଯୋଗଗୁଡ଼ିକ NetworkManager ରେ ସହାୟତା ଦେଇଥାଏ

ସଂଯୋଗଗୁଡ଼ିକ ଉପରେ ଆଧାରିତ ଇଥରନେଟ ଉପରେ ପଏଣ୍ଟ-ଟୁ-ପଏଣ୍ଟ ପ୍ରୋଟୋକଲ (PPPoE) ର ନିର୍ମାଣ ଏବଂ ପରିଚାଳନାକୁ ସହାୟତା କରିବାକୁ ନେଟୱର୍କ ପରିଚାଳକକୁ ଉନ୍ନତ କରାଯାଇଛି ; ଉଦାହରଣ ସ୍ୱରୂପ, DSL, ISDN, ଏବଂ VPN ସଂଯୋଜକତା ପାଇଁ ବ୍ୟବହୃତ ସଂଯୋଗ।

OpenStack ପାଇଁ ନେଟୱର୍କ ନେମସ୍ପେସ ସହାୟତା

ନେଟୱର୍କ ନେମସ୍ପେସ (netns) ଏକ ହାଲୁକା ଧାରଣପାତ୍ର ଆଧାରିତ ଆଭାସୀକରଣ କୌଶଳ।ଏକ ଆଭାସୀ ନେଟୱର୍କ ଷ୍ଟାକକୁ ଏକ ପ୍ରକ୍ରିୟା ଶ୍ରେଣୀ ସହିତ ସମ୍ପୃକ୍ତ କରାଯାଇପାରିବ।ପ୍ରତ୍ୟେକ ସଦସ୍ୟରେ ତାହାର ନିଜର ଲୁପବ୍ୟାକ ଉପକରଣ ଏବଂ ପଦ୍ଧତି ସ୍ଥାନ ଥାଏ। ଆଭାସୀ କିମ୍ବା ପ୍ରକୃତ ଉପକରଣକୁ ପ୍ରତ୍ୟେକ ନେଟୱର୍କ ନେମସ୍ପେସରେ ଯୋଗ କରାଯାଇପାରିବ, ଏବଂ ବ୍ୟବହାରକାରୀ IP ଠିକଣାଗୁଡ଼ିକୁ ଏହି ଉପକରଣଗୁଡ଼ିକରେ ଦର୍ଶାଇପାରିବେ ଏବଂ ସେଗୁଡ଼ିକୁ ନେଟୱର୍କ ନୋଡ ଭାବରେ ବ୍ୟବହାର କରିପାରିବେ।

କ୍ରିପ୍ଟୋଗ୍ରାଫି ହ୍ୟାସ କାମକୁ ପରିବର୍ତ୍ତନ କରିବା ପାଇଁ SCTP ସହାୟତା

Red Hat Enterprise Linux 6.5 ରେ, ବ୍ୟବହାରକାରୀମାନେ କ୍ରିପ୍ଟୋଗ୍ରାଫିକ ହ୍ୟାସ କାର୍ଯ୍ୟକୁ Stream Control Transmission Protocol (SCTP) ସଂଯୋଗଗୁଡ଼ିକ ପାଇଁ MD5 ରୁ SHA1 କୁ ପରିବର୍ତ୍ତନ କରିପାରିବେ।

SCTP ପାଇଁ M3UA ମାପ କାଉଣ୍ଟର

MTP ସ୍ତର 3 ବ୍ୟବହାରକାରୀ ଅଂଶର ସଂକେତ ସନ୍ଦେଶକୁ IP ଉପରେ ପାରମ୍ପରିକ ଟେଲିକମ୍ୟୁନିକେସନ ନେଟୱର୍କ (ISDN ଏବଂ PSTN) କୁ ବ୍ୟବହାର କରିବା ପରିବର୍ତ୍ତେ Stream Control Transmission Protocol (SCTP)କୁ ବ୍ୟବହାର କରି IETF ମାନକ ଦ୍ୱାରା ସନ୍ଦେଶ ପରିବହନ ସ୍ତର 3 ବ୍ୟବହାରକାରୀ ଗ୍ରହଣ ସ୍ତର (M3UA) ଟି ଗୋଟିଏ ପ୍ରୋଟୋକଲ।

iproute କୁ ବ୍ୟବହାର କରି DOVE ଟନେଲଗୁଡ଼ିକୁ ପରିଚାଳନା କରୁଅଛି

ଡିଷ୍ଟ୍ରିବ୍ୟୁଟେଡ଼ ଓଭରଲେ ଭରଚୁଆଲ ଇଥରନେଟ (DOVE) ଟନେଲଗୁଡ଼ିକ ଭରଚୁଆଲ ଏକ୍ସଟେନସିବଲ ଲୋକାଲ ଏରିଆ ନେଟୱର୍କ (VXLAN) ର ନିର୍ମାଣ ପାଇଁ ଅନୁମତି ଦେଇଥାଏ, ଯାହାକି କ୍ଲାଉଡ କେନ୍ଦ୍ରରେ ବ୍ୟବହୃତ ISO OSI ସ୍ତର 2 ନେଟୱର୍କଗୁଡ଼ିକ ପାଇଁ ଏକ ସମାଧାନ ପ୍ରଦାନ କରିଥାଏ। bridge ସାଧନଟି iproute ପ୍ୟାକେଜର ଏକ ଅଂଶ ଏବଂ ବ୍ୟବହାର କରିପାରିବେ, ଉଦାହରଣ ସ୍ୱରୂପ, ଏକ ଅଗ୍ରଗାମୀ ତଥ୍ୟାଧାରକୁ VXLAN ଉପକରଣଗୁଡ଼ିକ Linux ପ୍ଲାଟଫର୍ମ ଉପରେ ବ୍ୟବହାର କରିବା ପାଇଁ।

ଅଧ୍ଯାୟ 3. ସୁରକ୍ଷା

FIPS 140-2 ପ୍ରମାଣପତ୍ର ସମ୍ପୃକ୍ତ ପରିବର୍ତ୍ତନଗୁଡ଼ିକ

Red Hat Enterprise Linux 6.5 ରେ, ଅଖଣ୍ଡତା ଯାଞ୍ଚକୁ କାର୍ଯ୍ୟକାରୀ କରାଯାଇଥାଏ ଯେତେବେଳେdracut-fips ପ୍ୟାକେଜ ଉପସ୍ଥିତ ଥାଏ, କର୍ଣ୍ଣଲ FIPS ଧାରାରେ କାର୍ଯ୍ୟକରୁ କି ନାହିଁ। Red Hat Enterprise Linux 6.5 କୁ FIPS 140-2 ସୁସଙ୍ଗତ କରିବାକୁ ବିସ୍ତୃତ ସୂଚନା ପାଇଁ, ନିମ୍ନଲିଖିତ ଜ୍ଞାନ ଆଧାର ସମାଧାନ ସହିତ ଯୋଗାଯୋଗ କରନ୍ତୁ:

OpenSSL କୁ ସଂସ୍କରଣ 1.0.1 କୁ ଅଦ୍ୟତନ କରାଯାଇଛି

ସ୍ୱଚ୍ଛ ସଂଗୁପ୍ତକରଣ ଏବଂ GlusterFS ରେ ବୈଧିକରଣ ସହାୟତା ପାଇଁ ଏହି ଅଦ୍ୟତନ ନିମ୍ନଲିଖିତ ସିଫରଗୁଡ଼ିକୁ ଯୋଗ କରିଥାଏ:
  • CMAC (ସିଫର-ଆଧାରିତ MAC)
  • XTS (XEX Tweakable Block Cipher with Ciphertext Stealing)
  • GCM (Galois/Counter ଧାରା)

OpenSSH ରେ ସ୍ମାର୍ଟକାର୍ଡ ସହାୟତା

OpenSSH ବର୍ତ୍ତମାନ PKCS #11 ମାନକ ସହିତ ସୁସଙ୍ଗତ, ଯାହାକି ସ୍ମାର୍ଟକାର୍ଡଗୁଡ଼ିକୁ ବୈଧିକରଣ ପାଇଁ ବ୍ୟବହାର କରିବାକୁ OpenSSH କୁ ସକ୍ରିୟ କରିଥାଏ।

OpenSSL ରେ ECDSA ସହାୟତା

ଏଲିପଟିକ ବକ୍ର ଡିଜିଟାଲ ହସ୍ତାକ୍ଷର ଆଲଗୋରିଦମ (ECDSA) ଟି ହେଉଛି ଡିଜିଟାଲ ହସ୍ତାକ୍ଷର ଆଲଗୋରିଦମ (DSA)ର ଏକ ପ୍ରକାର ଯାହାକି ଏଲିପଟିକ ବକ୍ର କ୍ରିପ୍ଟୋଗ୍ରାଫି (ECC) କୁ ବ୍ୟବହାର କରିଥାଏ। ମନେରଖନ୍ତୁ ଯେ କେବଳ nistp256 ଏବଂ nistp384 ବକ୍ରଗୁଡ଼ିକ ସହାୟତା ପ୍ରାପ୍ତ।

OpenSSL ରେ ECDHE ସହାୟତା

ଏଫିମେରାଲ ଏଲିପଟିକ ବକ୍ର ଡିଫି-ହେଲମ୍ୟାନ (ECDHE) ସହାୟତା ପ୍ରାପ୍ତ, ଯାହାକି ଉପଯୁକ୍ତ ଅଗ୍ରସର ଗୋପନୀୟତାକୁ ଅତି କମ ଗଣନାତ୍ମକ ଆବଶ୍ୟକତାଗୁଡ଼ିକ ସହିତ ଅନୁମତି ଦେଇଥାଏ।

OpenSSL ଏବଂ NSS ରେ TLS 1.1 ଏବଂ 1.2 ର ସହାୟତା

OpenSSL ଏବଂ NSS ବର୍ତ୍ତମାନ ପରିବହନ ସ୍ତର ସୁରକ୍ଷା (TLS) ପ୍ରଟୋକଲର ନୂତନତମ ସଂସ୍କରଣଗୁଡ଼ିକୁ ସହାୟତା କରିଥାଏ, ଯାହାକି ନେଟୱର୍କ ସଂଯୋଗଗୁଡ଼ିକର ସୁରକ୍ଷା ବୃଦ୍ଧିକରିଥାଏ ଏବଂ ସମ୍ପୂର୍ଣ୍ଣ ପାରସ୍ପରିକ କାର୍ଯ୍ୟକୁ ଅନ୍ୟ TLS ପ୍ରଟୋକଲ ନିୟୋଜନଗୁଡ଼ିକରେ ସକ୍ରିୟ କରିଥାଏ। ସେହି TLS ପ୍ରଟୋକଲ କ୍ଲାଏଣ୍ଟ-ସର୍ଭର ପ୍ରୟୋଗଗୁଡ଼ିକୁ ଏକ ନେଟୱର୍କ ମଧ୍ଯରେ ଯୋଗାଯୋଗ କରିବା ପାଇଁ ଲୁଚିକରି ଶୁଣିବା ଏବଂ ବିଗାଡ଼ିବାରୁ ରକ୍ଷା କରିବା ପାଇଁ ଅନୁମତି ଦେଇଥାଏ

HMAC-SHA2 ଆଲଗୋରିଦମର OpenSSH ସହାୟତା

Red Hat Enterprise Linux 6.5 ରେ, SHA-2 କ୍ରିପ୍ଟୋଗ୍ରାଫିକ ହ୍ୟାସ ଫଳନକୁ ବର୍ତ୍ତମାନ ଏକ ହ୍ୟାସ ସନ୍ଦେଶ ବୈଧିକରଣ ସଂକେତ (MAC) ଉତ୍ପାଦନ କରିବା ପାଇଁ ବ୍ୟବହାର କରିପାରିବେ, ଯାହାକି ତଥ୍ୟ ଅଖଣ୍ଡତା ଏବଂ OpenSSH ରେ ଯାଞ୍ଚକୁ ସକ୍ରିୟ କରିଥାଏ।

OpenSSL ରେ ଉପସର୍ଗ ମାକ୍ରୋ

openssl ବିଶେଷ ନିର୍ଦ୍ଦେଶ ଫାଇଲ ବର୍ତ୍ତମାନ ଉପସର୍ଗ ମାକ୍ରୋକୁ ବ୍ୟବହାର କରିଥାଏ, ଯାହାକି ସେଗୁଡ଼ିକୁ ପୁନର୍ବଣ୍ଟନ କରିବାକୁ openssl ପ୍ୟାକେଜର ପୁନଃ ନିର୍ମାଣ ପାଇଁ ଅନୁମତି ଦେଇଥାଏ।

NSA ପ୍ରକାର B କ୍ରିପ୍ଟୋଗ୍ରାଫି ସହାୟତା

ପ୍ରକାର B ଟି ହେଉଛି NSA ଦ୍ୱାରା ଉଲ୍ଲିଖିତ କ୍ରିପ୍ଟୋଗ୍ରାଫିକ ଆଧୁନିକିକରଣ ପ୍ରଗ୍ରାମର ଏକ କ୍ରିପ୍ଟୋଗ୍ରାଫିକ ଆଲଗୋରିଦମ। ଉଭୟ ଉଲ୍ଲେଖ ହୋଇନଥିବା ଏବଂ ଉଲ୍ଲେଖ ହୋଇଥିବା ସୂଚନା ପାଇଁ ଏହା ପାରସ୍ପରିକ କ୍ରିପ୍ଟୋଗ୍ରାଫିକ ଆଧାର ଭାବରେ କାମ କରିଥାଏ। ଏଥିରେ ନିମ୍ନଲିଖିତଗୁଡ଼ିକ ଅନ୍ତର୍ଭୁକ୍ତ:
  • 128 ଏବଂ 256 ବିଟ ବିଶିଷ୍ଟ ଚାବି ଆକାରରେ ଉନ୍ନତ ସଂଗୁପ୍ତକରଣ ମାନକ (AES)। ଯାତାୟାତ ପାଇଁ, AES କୁ ଯେକୌଣସି ଧାରାରେ (CTR) ନିମ୍ନ ବ୍ୟାଣ୍ଡୱିଡ଼ଥ ଯାତାୟାତ କିମ୍ବା ଗେଲୋଏସ/କାଉଣ୍ଟର ଧାରା (GCM) ରେ ଉଚ୍ଚ ବ୍ୟାଣ୍ଡୱିଡ଼ଥ ଯାତାୟାତ ପ୍ରୟୋଗ ଏବଂ ସନ୍ତୁଳିତ ସଂଗୁପ୍ତକରଣ ପାଇଁ ବ୍ୟବାହାର କରାଯାଇଥାଏ।
  • ଏଲିପଟିକ ବକ୍ର ଡିଜିଟାଲ ହସ୍ତାକ୍ଷର ଆଲଗୋରିଦମ (ECDSA) ଡିଜିଟାଲ ହସ୍ତାକ୍ଷରଗୁଡ଼ିକ।
  • ଏଲିପଟିକ ବକ୍ର ଡ଼ିଫି-ହେଲମ୍ୟାନ (ECDH) କି ଚୁକ୍ତିନାମା।
  • ସୁରକ୍ଷିତ ହ୍ୟାସ ଆଲଗୋରିଦମ 2 (SHA-256 ଏବଂ SHA-384) ସନ୍ଦେଶ ସଂଗ୍ରହ।

ସହଭାଗୀ ତନ୍ତ୍ର ପ୍ରମାଣପତ୍ରଗୁଡ଼ିକ

NSS, GnuTLS, OpenSSL ଏବଂ Java ତନ୍ତ୍ର ପ୍ରମାଣପତ୍ର ଏଙ୍କରଗୁଡ଼ିକୁ କାଢ଼ିବାକୁ ପୂର୍ବନିର୍ଦ୍ଧାରିତ ଉତ୍ସକୁ ସହଭାଗ କରିବା ପାଇଁ ତାଲିକାଭୁକ୍ତ ହୋଇଛି ଏବଂ ତନ୍ତ୍ର-ମଧ୍ଯରେ ସ୍ଥାୟୀ ତଥ୍ୟର ବିଶ୍ୱାସକୁ ସକ୍ରିୟ କରିବା ପାଇଁ ସୂଚନାକୁ ଖାରଜ କରିଛି ଯାହାକି କ୍ରିପ୍ଟୋ ସାଧନଗୁଡ଼ିକ ଦ୍ୱାରା ନିବେଶ ଭାବରେ ପ୍ରମାଣପତ୍ର ବିଶ୍ୱାସ ସମାଧାନଗୁଡ଼ିକରେ ବ୍ୟବହୃତ ହୋଇଥାଏ। ତନ୍ତ୍ର-ସ୍ତରୀୟ ପ୍ରମାଣପତ୍ରଗୁଡ଼ିକର ପ୍ରଶାସନବ୍ୟବହାର ପ୍ରଣାଳୀକୁ ସରଳ କରିଥାଏ ଏବଂ ସ୍ଥାନୀୟ ତନ୍ତ୍ର ପରିବେଶଗୁଡ଼ିକ ଦ୍ୱାରା ଆବଶ୍ୟକ ଏବଂ ନିୟୋଜିତ ହୋଇଥାଏ।

ପରିଚୟ ପରିଚାଳନାରେ କେନ୍ଦ୍ରରେ ଥିବା ସ୍ଥାନୀୟ ବ୍ୟବହାରକାରୀମାନଙ୍କର ସ୍ୱୟଂଚାଳିତ ସନ୍ତୁଳନ

Red Hat Enterprise Linux 6.5 ରେ ଥିବା ପରିଚୟ ପରିଚାଳନାରେ କେନ୍ଦ୍ରିୟ ସ୍ଥାନୀୟ ବ୍ୟବହାରକାରୀମାନଙ୍କର ସ୍ୱୟଂଚାଳିତ ସନ୍ତୁଳନକେନ୍ଦ୍ରରେ ଥିବା ସ୍ଥାନୀୟ ବ୍ୟବହାରକାରୀଙ୍କୁ ପରିଚାଳନା କରିବା ପାଇଁ ପ୍ରସ୍ତୁତ କରିଥାଏ।

NSS ରେ ECC ସହାୟତା

Red Hat Enterprise Linux 6.5 ରେ ନେଟୱର୍କ ସୁରକ୍ଷା ସର୍ଭିସ (NSS)ବର୍ତ୍ତମାନ ଏଲିପଟିକ ବକ୍ର କ୍ରିପ୍ଟୋଗ୍ରାଫି (ECC) କୁ ସହାୟତା କରିଥାଏ।

ଅଧ୍ଯାୟ 4. ସଦସ୍ଯତା ପରିଚାଳନା

Red Hat ସହାୟତା ସାଧନ

Red Hat Enterprise Linux 6.5 ଏକ ନୂତନ ପ୍ୟାକେଜ ଅନ୍ତର୍ଭୁକ୍ତ କରିଥାଏ, redhat-support-tool, ଯାହାକି Red Hat ସହାୟତା ଉପକରଣ ପ୍ରଦାନ କରିଥାଏ। ଏହି ଉପକରଣଟି Red Hat ର ସଦସ୍ୟତା ସର୍ଭିସଗୁଡ଼ିକ ପାଇଁ କୋନସୋଲ ଆଧାରିତ ଅଭିଗମ୍ୟତାକୁ ପ୍ରତ୍ସାହିତ କରିଥାଏ ଏବଂ Red Hat ଗ୍ରାହକମାନଙ୍କୁ ଉଭୟ ବିଷୟବସ୍ତୁକୁ ଅଭିଗମ୍ୟ କରିବା ପାଇଁ ଅଧିକ ସ୍ଥାନ ପ୍ରଦାନ କରିଥାଏ ଏବଂସେମାନଙ୍କୁ Red Hat ଗ୍ରାହକ ଭାବରେ ସେବା ପ୍ରଦାନ କରିଥାଏ। ଏଥି ସହିତ, ଏହା ଆମର ଗ୍ରାହକମାନଙ୍କୁ ସନ୍ନିହିତ କରିବା ପାଇଁ ସକ୍ରିୟ କରିଥାଏ ଏବଂ ସେମାନଙ୍କର ସହାୟତା ଡେସ୍କ ସର୍ଭିସଗୁଡ଼ିକୁ ସ୍ୱୟଂଚାଳିତ କରିଥାଏ। ଏହି ପ୍ୟାକେଜର କ୍ଷମତାରେ ନିମ୍ନଲିଖିତ ଅନ୍ତର୍ଭୁକ୍ତ:
  • କୋନସୋଲରୁ ଦେଖୁଥିବା ଜ୍ଞାନ ଆଧାର ପତ୍ରିକା ଏବଂ ସମାଧାନ (man ପୃଷ୍ଠା ଭାବରେ ସଜ୍ଜିତ)।
  • ଗ୍ରାହକ ପରିସ୍ଥିତିଗୁଡ଼ିକ ଉପରେ ଦେଖୁଛି, ନିର୍ମାଣ କରୁଅଛି, ପରିବର୍ତ୍ତନ କରୁଅଛି, ଏବଂ ଗ୍ରାହକ ପରିସ୍ଥିତିଗୁଡ଼ିକ ଉପରେ କୋନସୋଲରୁ ଟିପ୍ପଣୀ କରୁଅଛି।
  • ସଂଲଗ୍ନକ ସିଧାଶଳଖ ଭାବରେ ଏକ ଗ୍ରାହକ ପରିସ୍ଥିତିରେ ଧାରଣ ହେଉଛି ଅଥବା କୋନସୋଲରୁ ftp://dropbox.redhat.com/ ରେ ଧାରଣ ହେଉଛି।
  • ସମ୍ପୂର୍ଣ୍ଣ ପ୍ରକ୍ସି ସହାୟତା (ଯାହାକି, FTP ଏବଂ HTTP ପ୍ରକ୍ସିଗୁଡ଼ିକ)।
  • କୋନସୋଲରୁ ଗ୍ରାହକ ପରିସ୍ଥିତି ପାଇଁ ସଂଲଗ୍ନକଗୁଡ଼ିକର ସହଜମୟ ତାଲିକାଭୁକ୍ତ ଏବଂ ଆହରଣ।
  • ଶବ୍ଦ, ବଡ଼ ସନ୍ଦେଶ, ଏବଂ ଅନ୍ୟାନ୍ୟ ପ୍ରାଚଳଗୁଡ଼ିକ ବିଷୟରେ ଜ୍ଞାନ ଆଧାର ସନ୍ଧାନ, ଏବଂ ବଚ୍ଛିତ ତାଲିକାରେ ସନ୍ଧାନ ଫଳାଫଳଗୁଡ଼ିକୁ ଦେଖୁଅଛି।
  • ଲଗ ଫାଇଲ, ପାଠ୍ୟ ଫାଇଲ, ଏବଂ ଅନ୍ୟାନ୍ୟ ଉତ୍ସଗୁଡ଼ିକୁ ସହଜ ଉପାୟରେ Shadowman ସ୍ୱୟଂଚାଳିତ ସମସ୍ୟା ନିର୍ଦ୍ଧାରଣ ଯନ୍ତ୍ରରେ ସମସ୍ୟା ଖୋଜିବା ପାଇଁ ଧାରଣ କରିଥାଏ।
  • ବିଭିନ୍ନ ପ୍ରକାରର ଅନ୍ୟାନ୍ୟ ସହାୟତା-ସମ୍ପର୍କୀୟ ନିର୍ଦ୍ଦେଶଗୁଡ଼ିକ।
Red Hat ସହାୟତା ସାଧନ ବିଷୟରେ ଅଧିକ ସୂଚନା ପାଇଁ, ସ୍ଥାପିତ ଦଲିଲକୁ /usr/share/doc/redhat-support-tool- ସଂସ୍କରଣ/ ଡିରେକ୍ଟୋରୀ ଅଥବା ନିମ୍ନଲିଖିତ ଜ୍ଞାନ ଆଧାର ମୌଳିକ ପତ୍ରିକାରେ ଅନୁସରଣ କରନ୍ତୁ: https://access.redhat.com/site/articles/445443.

subscription-manager ତାଲିକା ର ଅଦ୍ୟତନ

ଉପଲବ୍ଧ ସଦସ୍ୟତାର ତାଲିକା ମଧ୍ଯରେ, subscription-manager list --available ନିର୍ଦ୍ଦେଶର ଫଳାଫଳରେ ବର୍ତ୍ତମାନ ଏକ ନୂତନ ସ୍ଥାନ ଧାରଣ କରିଥାଏ, Provides. ଏହି ସ୍ଥାନ ସେହି ଉତ୍ପାଦନଗୁଡ଼ିକର ନାମଗୁଡ଼ିକୁ ଦର୍ଶାଇଥାଏ ଯାହା ପାଇଁ ତନ୍ତ୍ର ଉପଯୁକ୍ତ। ଏହା ସହିତ, ଏକ ନୂତନ ସ୍ଥାନ, ପ୍ରସ୍ଥାବିତ, ଯାହାକୁ ସୁସଙ୍ଗତତା ଏଡ଼ାଇବା ପାଇଁ ଯୋଗ କରାଯାଇଥାଏ ଏବଂ ଆଲେଖିକ ବ୍ୟବହାରକାରୀ ଅନ୍ତରାପୃଷ୍ଠ (GUI) ସହିତ ଯୁଗଳ ହେବା ପାଇଁ ସୁବିଧା ପ୍ରଦାନ କରିଥାଏ।

ଅଧ୍ଯାୟ 5. ଆଭାସୀକରଣ

Red Hat Enterprise Linux 6.5 ର ଆଭାସୀକରଣ ଅଦ୍ୟତନଗୁଡ଼ିକରେ କିଛି ତଟୃି ସମାଧାନ ଅନ୍ତର୍ଭୁକ୍ତ, ଯେପରିକି ସ୍ଥାୟୀ ସ୍ଥାନାନ୍ତରଣ, ତୃଟି ଖବର, ହାର୍ଡୱେର ଏବଂ ସଫ୍ଟୱେର ସୁସଙ୍ଗତତା। ଏହା ସହିତ, କାର୍ଯ୍ୟଦକ୍ଷତା ଏବଂ ସାଧାରଣ ସ୍ଥାୟୀତ୍ତ୍ୱ ଉନ୍ନତିରେ କାର୍ଯ୍ୟକାରୀ କରାଯାଇଥାଏ। ଏହାର ଉଲ୍ଲେଖନୀୟ ପରିବର୍ତ୍ତନଗୁଡ଼ିକୁ ଦେଖିବା ପାଇଁ, ନିମ୍ନ ବିଭାଗକୁ ଦେଖନ୍ତୁ।

5.1. KVM

VMDK ପ୍ରତିଛବି ଫାଇଲ ଶୈଳୀ ପାଇଁ ଉନ୍ନତ ସହାୟତା

Red Hat Enterprise Linux 6.5 ରେ ଅନେକ VMware ଉତ୍ପାଦନ ଦ୍ୱାରା ନିର୍ମାଣ କରାଯାଇଥିବା ପରି, ଆଭାସୀ ତନ୍ତ୍ର ଡିସ୍କ, କିମ୍ବା VMDK, ପ୍ରତିଛବି ଫାଇଲ ଶୈଳୀ, ଏହାର ଉପଶୈଳୀକୁ ଅନ୍ତର୍ଭୁକ୍ତ କରି, କେବଳ ପଠନୀୟ ସହାୟତା ପାଇଁ କିଛି ସଂଖ୍ୟକ ଉନ୍ନତି ଅନ୍ତର୍ଭୁକ୍ତ କରିଥାଏ।

Windows ଅତିଥି ସଦସ୍ୟ ସମ୍ପୂର୍ଣ୍ଣ ଭାବରେ ସହାୟତା ପ୍ରାପ୍ତ

Windows ଅତିଥି ସଦସ୍ୟ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ସହାୟତା ପ୍ରାପ୍ତ ଏବଂ ନିଜର ସ୍ଥାପକ ସହିତ ଅନ୍ୟ ଚ୍ୟାନେଲରେ ଏକା ସହିତ virtio-win ଡ୍ରାଇଭର ସହିତ ପ୍ରଦାନ କରିଥାଏ।

VHDX ପ୍ରତିଛବି ଫାଇଲ ଶୈଳୀ ପାଇଁ ସହାୟତା

Red Hat Enterprise Linux 6.5 ରେ Microsoft Hyper-V ଦ୍ୱାରା ନିର୍ମାଣ ହୋଇଥିବା ପରି, Hyper-V ଆଭାସୀ ହାର୍ଡଡିସ୍କ, କିମ୍ବା VHDX, ପ୍ରତିଛବି ଶୈଳୀ ପାଇଁ କେବଳ ପଠନୀୟ ସହାୟତା ଅନ୍ତର୍ଭୁକ୍ତ।

GlusterFS ପାଇଁ QEMU ରେ ସ୍ଥାନୀୟ ସହାୟତା

ସ୍ଥାନୀୟ ଭାବରେ ସ୍ଥାପିତ FUSE ଫାଇଲତନ୍ତ୍ର ପରିବର୍ତ୍ତେ GlusterFS ପାଇଁ QEMU ରେ ସ୍ଥାନୀୟ ସହାୟତା GlusterFS କୁ libgfapi ଲାଇବ୍ରେରୀକୁ ବ୍ୟବହାର କରି ସ୍ଥାନୀୟ ପ୍ରବେଶାନୁମତି ଦେଇଥାଏ। ଏହି ସ୍ଥାନୀୟ ଉପାୟ ଅପେକ୍ଷାକୃତ କାର୍ଯ୍ୟଦକ୍ଷତା ପ୍ରଦାନ କରିଥାଏ।

ସକ୍ରିୟ ଆଭାସୀ ତନ୍ତ୍ରର ବାହ୍ୟ ନକଲ ସଂରକ୍ଷଣ ପାଇଁ ସହାୟତା

ହୋଷ୍ଟ ଉପରେ ଚାଲୁଥିବା ତୃତୀୟ ପକ୍ଷ ପ୍ରୟୋଗଗୁଡ଼ିକ ବର୍ତ୍ତମାନ ଅତିଥି ପ୍ରତିଛବି ବିଷୟବସ୍ତୁଗୁଡ଼ିକୁ ଅଭିଗମ୍ୟ କରିବାରେ ସକ୍ଷମ, ତେଣୁ ଫାଇଲଗୁଡ଼ିକୁ ନକଲ କରିବାକୁ ସକ୍ଷମ ହୋଇଥାଏଏବଂ ନକଲ ସଂରକ୍ଷଣ କରିଥାଏ।

Linux ଅତିଥିମାନଙ୍କ ପାଇଁ CPU ହଟ ପ୍ଲଗିଙ୍ଗ

Linux ଅତିଥିମାନଙ୍କ ଉପରେ QEMU ଅତିଥି ସହାୟତାରେ CPU ହଟ ପ୍ଲଗିଙ୍ଗ ଏବଂ ହଟ ଅନପ୍ଲଗିଙ୍ଗ ସହାୟତା ପ୍ରାପ୍ତ; ଅତିଥି ଚାଲୁଥିବା ସମୟରେ CPU ଗୁଡ଼ିକୁ ସକ୍ରିୟ କିମ୍ବା ନିଷ୍କ୍ରିୟ କରିହେବ, ତେଣୁ ହଟ ପ୍ଲଗ ଅଥବା ହଟ ଅନପ୍ଲଗ ବିଶେଷତାକୁ ଅନୁକରଣ କରାଯାଇଥାଏ।

qemu-ga-win ରେ VSS ସହାୟତା ସହିତ Microsoft Windows ଉପରେ Application-Aware freeze ଏବଂ thaw

VSS (ଭଲ୍ୟୁମ ସାୟା ନକଲ ସର୍ଭିସ) ଟି ହେଉଛି ଏକ Microsoft Windows API ଯାହାକି, ଅନ୍ୟମାନଙ୍କ ମଧ୍ଯରେ ଅନୁମତି ଦେଇଥାଏ, ସଠିକ, ସ୍ଥାୟୀ freeze ଏବଂ thaw ପ୍ରୟୋଗଗୁଡ଼ିକର ବିଜ୍ଞପ୍ତି। ଏହି ବିଶେଷତା ସହିତ, ଚାଲୁଥିବା ଆଭାସୀ ତନ୍ତ୍ରଗୁଡ଼ିକ ସମଗ୍ର ପ୍ରକ୍ରିୟାରେ ସ୍ଥାୟୀ ଥିବା ସମୟରେ ଆଶୁଚିତ୍ର ନିଆଯାଇଥାଏ (ଅତିଥି ପ୍ରୟୋଗଗୁଡ଼ିକରେ ବ୍ଲକ ସ୍ତରରୁ ) ଏବଂ ତାହାକୁ ନକଲ ସଂରକ୍ଷଣ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ। ଅଧିକ ସୂଚନା ପାଇଁ, ଆଭାସୀକରଣ ପ୍ରଶାସନ ପୁସ୍ତକ କୁ ଦେଖନ୍ତୁ

Linux ଉପରେ qemu-ga ହୁକଗୁଡ଼ିକୁ ବ୍ୟବହାର କରି Application-Aware freeze ଏବଂ thaw

Windows VSS ସଂସ୍କରଣ ପରି, ପ୍ରୟୋଗ ମଧ୍ଯରେ ସ୍ଥାୟୀ ଆଶୁଚିତ୍ରଗୁଡ଼ିକୁ ଅତିଥି ଉପରେ ଚାଲୁଥିବା QEMU ଅତିଥି ସଦସ୍ୟରେ ସଂଲଗ୍ନ ସ୍କ୍ରିପ୍ଟଗୁଡ଼ିକୁ ବ୍ୟବହାର କରି ନିର୍ମାଣ କରିପାରିବେ। ଏହି ସ୍କ୍ରିପ୍ଟଗୁଡ଼ିକୁ ପ୍ରୟୋଗଗୁଡ଼ିକୁ ସୂଚାଇପାରିବେ ଯାହାକି ସେମାନଙ୍କର ତଥ୍ୟକୁ freeze କିମ୍ବା thaw ପ୍ରୟୋଗରେ ପଠାଇପାରିବେ, ତେଣୁ ସ୍ଥାୟୀ ଆଶୁଚିତ୍ରଗୁଡ଼ିକୁ ନେବା ପାଇଁ ଅନୁମତି ଦେଇଥାଏ।

VMware OVF ଏବଂ Citrix Xen ଅତିଥିଗୁଡ଼ିକୁ KVM ଅତିଥିରେ ପରିବର୍ତ୍ତନ

VMware Open Virtualization Format (OVF) ଏବଂ Citrix Xen ଅତିଥିକୁ KVM ରେ ପରିବର୍ତ୍ତନ କରିବା ପାଇଁ virt-v2v ପରିବର୍ତ୍ତନ ସାଧନକୁ ଅକ ଅପଷ୍ଟ୍ରିମ ସଂସ୍କରଣକୁ ଉନ୍ନତ କରାଯାଇଥାଏ।

ବର୍ଦ୍ଧିତ KVM ସ୍ମୃତିସ୍ଥାନ ମାପନୀୟତା

ଏକ ଅତିଥି ମଧ୍ଯରେ KVM ଆଭାସୀ ସ୍ମୃତି ମାପନୀୟତାକୁ 4TB କୁ ବୃଦ୍ଧି କରାଯାଇଛି।

Microsoft Windows ଅତିଥିଗୁଡ଼ିକ ମଧ୍ଯରେ ଭଲ୍ୟୁମ ନିୟନ୍ତ୍ରଣର ସହାୟତା

Microsoft Windows XP ଅତିଥିଗୁଡ଼ିକରେ AC'97 ସଂକେତକୁ ବ୍ୟବହାର କରି ବ୍ୟବହାରକାରୀମାନେ ବର୍ତ୍ତମାନ ଭଲ୍ୟୁମ ସ୍ତରକୁ ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣ କରିଥାଏ।

5.2. Microsoft Hyper-V

Microsoft Hyper-V Para-Virtualized ଡ୍ରାଇଭରଗୁଡ଼ିକ

Microsoft Hyper-V ରେ Red Hat Enterprise Linux ସହାୟତାକୁ ଉନ୍ନତ କରିବା ପାଇଁ, ସିନ୍ଥେଟିକ ଭିଡ଼ିଓ ଫ୍ରେମ ବଫର ଡ୍ରାଇଭରକୁ Red Hat Enterprise Linux 6.5 ରେ ଯୋଗ କରାଯାଇଛି। ଏହା ସହିତ, ସଂକେତ ପ୍ରଦାନକାରୀ ପ୍ରୋଟୋକଲକୁ ହୋଷ୍ଟ ଏବଂ ଅତିଥି ମଧ୍ଯରେ ଅଦ୍ୟତନ କରାଯାଇଛି। ଅଧିକ ସୂଚନା ପାଇଁ, ଆଭାସୀକରଣ ପ୍ରଶାସନ ପୁସ୍ତକ କୁ ଦେଖନ୍ତୁ

5.3. VMware

VMware ପ୍ଲାଟଫର୍ମ ଡ୍ରାଇଭର ଅଦ୍ୟତନଗୁଡ଼ିକ

VMware ନେଟୱର୍କ ଆଂଶିକ ଆଭାସୀକରଣ ଡ୍ରାଇଭରକୁ ନୂତନତମ ଅପଷ୍ଟ୍ରିମ ସଂସ୍କରଣକୁ ଉନ୍ନତ କରାଯାଇଛି।

ଅଧ୍ଯାୟ 6. ସଂରକ୍ଷଣ ସ୍ଥାନ

fsfreeze ର ସମ୍ପୂର୍ଣ୍ଣ ସହାୟତା

fsfreeze ସାଧନ Red Hat Enterprise Linux 6.5 ରେ ସମ୍ପୂର୍ଣ୍ଣ ଭାବରେ ସହାୟତା ପ୍ରାପ୍ତ। fsfreeze ନିର୍ଦ୍ଦେଶ ଏକ ଡିସ୍କ ଉପରେ ଫାଇଲତନ୍ତ୍ରର ଅଭଗମ୍ୟତାକୁ ଅଟକ ରଖିଥାଏ। fsfreeze କୁହାର୍ଡୱେର RAID ଉପକରଣଗୁଡ଼ିକ ସହିତ ବ୍ୟବହାର କରିବା ପାଇଁ ରଚନା କରାଯାଇଥାଏ, ଭଲ୍ୟୁମ ସ୍ନାପସଟଗୁଡ଼ିକର ନିର୍ମାଣରେ ସହାୟତା କରିଥାଏ। fsfreeze ଉପଯୋଗିତା ବିଷୟରେ ଅଧିକ ସୂଚନା ପାଇଁ, fsfreeze(8) man ପୃଷ୍ଠାକୁ ଦେଖନ୍ତୁ।

pNFS ଫାଇଲ ବିନ୍ୟାସ ଶକ୍ତ କରିବା

ପାରମ୍ପରିକ NAS ପରିବେଶରେ, କମ୍ପୁଟର କ୍ଲାଏଣ୍ଟଗୁଡ଼ିକୁ ସିଦାସଳଖ ଭାବରେ ଏକ ସମୟରେ ସଂରକ୍ଷଣ ଉପକରଣଗୁଡ଼ିକରୁ ତଥ୍ୟ ପଢ଼ିବା ଏବଂ ଲେଖିବା ପାଇଁ ଅନୁମତି ଦେବାକୁ pNFS ପାରମ୍ପରିକ NFS ତନ୍ତ୍ରଗୁଡ଼ିକୁ ଅନୁମତି ଦେଇଥାଏ। NFS ସର୍ଭରକୁକେବଳ ଅଧିତଥ୍ୟକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବହାର କରାଯାଇଥାଏ ଏବଂ ପ୍ରବେଶାନୁମତିକୁ ନିୟନ୍ତ୍ରଣ କରିଥାଏ, ଅନେକ ଗ୍ରାହକମାନଙ୍କରୁ ବଡ଼ ମାତ୍ରାର ଆନୁମାନିକ ମାପନୀୟ ଅଭିଗମ୍ୟତାକୁ ଅନୁମତି ଦେଇକରି। pNFS ର ତୃଟି ସମାଧାନଗୁଡ଼ିକୁ ଏହି ପ୍ରକାଶନରେ ଦିଆଯାଇଥାଏ।

FUSE ରେ Red Hat ସଂରକ୍ଷଣର ସହାୟତା

FUSE (ବ୍ୟବହାରକାରୀ ସ୍ଥାନରେ ଫାଇଲତନ୍ତ୍ର) ଟି ହେଉଛି ଏକ ଫ୍ରେମୱର୍କ ଯାହାକି ଫାଇଲତନ୍ତ୍ରର ବିକାଶକୁ କର୍ଣ୍ଣଲରେ ପରିବର୍ତ୍ତନ ନକରି ବ୍ୟବହାରକାରୀ ସ୍ଥାନରେ ସକ୍ରିୟ କରିଥାଏ। Red Hat Enterprise Linux 6.5 ବ୍ୟବହାରକାରୀ ସ୍ଥାନ ଫାଇଲତନ୍ତ୍ରରେ କାର୍ଯ୍ୟଦକ୍ଷତା ବିକାଶ ପ୍ରଦାନ କରିଥାଏ ଯାହାକି FUSE କୁ ବ୍ୟବହାର କରିଥାଏ, ଉଦାହରଣ ସ୍ୱରୂପ, GlusterFS (Red Hat ସଂରକ୍ଷଣ)।

LVM ପତଳା ସୁବିଧା ଏବଂ ଆଶୁଚିତ୍ରଗୁଡ଼ିକ

ତାର୍କିକ ଭଲ୍ୟୁମ ପରିଚାଳନାକୁ ପତଳା ସୁବିଧାକୁ ଅନ୍ତର୍ଭୁକ୍ତ କରିବା ପାଇଁ ଅଦ୍ୟତନ କରାଯାଇଛି, ଯାହାକିବ୍ୟବହାରକାରୀମାନଙ୍କୁ ସେମାନଙ୍କର କ୍ଷମତା ନିବେଶକୁ ପ୍ରକୃତ ସଂରକ୍ଷଣ ଆବଶ୍ୟକତାକୁ ଉନ୍ନତ କରିବା ପାଇଁ ଅନୁମତି ଦେଇଥାଏ। ବ୍ୟବହାରକାରୀମାନେ ବର୍ତ୍ତମାନ ସହଭାଗୀ ସଂରକ୍ଷଣରୁ ଭଲ୍ୟୁମର ପତଳା ସୁବିଧା ନିର୍ମାଣ ପାଇଁ ସମର୍ଥ। ସେହି ସମୂହରେ ଥିବା ବ୍ଲକଗୁଡ଼ିକ କେବଳ ଭଲ୍ୟୁମ ଲେଖାହେବା ପରେ ବଣ୍ଟିତ ହୋଇଥାଏ, ଏବଂ ବ୍ଲକଗୁଡ଼ିକ ସେହି ସମୂହକୁ ଫେରିଥାଏ ଯେତେବେଳେ ସେହି ଭଲ୍ୟୁମରେ ଥିବା ତଥ୍ୟକୁ ବାତିଲ କରାଯାଇଥାଏ। ଏହି ସହିତ, ଆଶୁଚିତ୍ର, କିମ୍ବା ପଏଣ୍ଟ-ଇନ-ଟାଇମ ନକଲ, ଭଲ୍ୟୁମରେ ଥିବା ତଥ୍ୟକୁ ପ୍ରବେଶାନୁମତି ପ୍ରଦାନ କରିଥାଏ ଏବଂ ଅତିତରେ ଏକ ନିର୍ଦ୍ଦିଷ୍ଟ ସମୟରେ ଏହା ଅବସ୍ଥିତ ଥାଏ। ଏହାକୁ ତଥ୍ୟ ନବଲିଖନ କରିବା ପୂର୍ବରୁ କରାଯାଇଥାଏ।

ଏକାଧିକ ପଥ ବିଶିଷ୍ଟ I/O ଅଦ୍ୟତନଗୁଡ଼ିକ

ଉପକରଣ ମେଳକ ଏକାଧିକ ପଥ ର ମାପନିୟତା ଏବଂ ବ୍ୟବହାର ସୁବିଧାକୁ ଉନ୍ନତ କରାଯାଇଛି। ଏହି ଉନ୍ନତିଗୁଡ଼ିକରେ ନିର୍ଦ୍ଦିଷ୍ଟ ଭାବରେ ଅନ୍ତର୍ଭୁକ୍ତ:
  • ଉପକରଣଗୁଡ଼ିକର ଦାୟୀତ୍ତ୍ୱ,
  • ଏକାଧିକ ପଥ ବିଶିଷ୍ଟ ଉପକରଣଗୁଡ଼ିକର ସ୍ୱୟଂଚାଳିତ ନାମକରଣ,
  • ଅଧିକ ଶକ୍ତିଶାଳୀ ଏକାଧିକ ପଥ ଲକ୍ଷ୍ଯସ୍ଥଳ ଚିହ୍ନଟ।

GFS2 ରେ କାର୍ଯ୍ୟଦକ୍ଷତା ଉନ୍ନତି

Red Hat Enterprise Linux 6.5 Orlov block ବଣ୍ଟନକରାରୀକୁ ଆରମ୍ଭ କରିଥାଏ ଯାହାକିଫାଇଲଗୁଡ଼ିକୁ ଉତ୍ତମ ସ୍ଥାନ ପ୍ରଦାନ କରିଥାଏ ଯାହାକି ସଠିକ ଭାବରେ ପ୍ରତ୍ୟେକଙ୍କ ସହିତ ସମ୍ପୃକ୍ତ ଏବଂଏକା ସହିତ ସମ୍ପୃକ୍ତ। ଏହା ସହିତ, ଯେତେବେଳେ ଉତ୍ସ ଶ୍ରେଣୀଗୁଡ଼ିକ ଧାରଣ ହୋଇଥାଏ, ଏକ ଭିନ୍ନ ଶ୍ରେଣୀ କାର୍ଯ୍ୟଦକ୍ଷତା ବୃଦ୍ଧିକରିଥାଏ।

mdadm ରେ TRIM ସହାୟତା

mdadm ସାଧନ ବର୍ତ୍ତମାନ TRIM ନିର୍ଦ୍ଦେଶଗୁଡ଼ିକୁRAID0, RAID1, RAID10 ଏବଂ RAID5 ପାଇଁ ସହାୟତା ଦେଇଥାଏ।

ଅଧ୍ଯାୟ 7. ଏକତ୍ରିକରଣ

pcs ସମ୍ପୂର୍ଣ୍ଣ ଭାବରେ ସହାୟତା ପ୍ରାପ୍ତ

ପୂର୍ବରୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଅନ୍ତର୍ଭୁକ୍ତ,pcs ପ୍ୟାକେଜ, ବର୍ତ୍ତମାନ Red Hat Enterprise Linux 6.5 ରେ ସହାୟତା ପ୍ରାପ୍ତ। ଏହି ପ୍ୟାକେଜ corosync ଏବଂ pacemaker ଉପଯୋଗିତାଗୁଡ଼ିକୁ ବିନ୍ୟାସ ଏବଂ ପରିଚାଳନା କରିବା ପାଇଁ ଏକ ନିର୍ଦ୍ଦେଶ ଧାରାର ସାଧନ ପ୍ରଦାନ କରିଥାଏ

pacemaker ସମ୍ପୂର୍ଣ୍ଣ ଭାବରେ ସହାୟତା ପ୍ରାପ୍ତ

ପେସମେକର, ଏକ ମାପନୀୟ ଉଚ୍ଚ-ଉପଲବ୍ଧତା କ୍ଲଷ୍ଟର ଉତ୍ସ ପରିଚାଳନା, ଯାହାକି ପୂର୍ବରୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଅନ୍ତର୍ଭୁକ୍ତ, ତାହା ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ସହାୟତାପ୍ରାପ୍ତ।

ଅଧ୍ଯାୟ 8. ହାର୍ଡୱେର ସକ୍ରିୟଣ

ଭବିଷ୍ୟତ Intel SOC ସଞ୍ଚାଳକଗୁଡ଼ିକର ସହାୟତା

ଭବିଷ୍ୟତ Intel System-on-Chip (SOC) ସଞ୍ଚାଳକଗୁଡ଼ିକ ପାଇଁ ପ୍ରଚାଳନ ତନ୍ତ୍ରରେ ଉପକରଣ ସହାୟତାକୁ ସକ୍ରିୟ କରାଯାଇଛି। ଏଥିରେ ଡୁଆଲ ଏଟମ ସଞ୍ଚାଳକ, ସ୍ମୃତିସ୍ଥାନ ନିୟନ୍ତ୍ରକ, SATA, ସାର୍ବଜନିକ ଅସନ୍ତୁଳିତ ଗ୍ରାହକ/ପ୍ରବାହକ, ତନ୍ତ୍ର ପରିଚାଳନା ବସ (SMBUS), USB ଏବଂ Intel ପୁରୁଣା ବ୍ଲକଗୁଡ଼ିକ ଅନ୍ତର୍ଭୁକ୍ତ (ILB - lpc, ସମୟମାପକ, SMBUS (i2c_801 ଏକକାଂଶ))।

12Gbps LSI SAS ଉପକରଣଗୁଡ଼ିକର ସହାୟତା

mpt3sas ଡ୍ରାଇଭର 12Gbps SAS ଉପକରଣଗୁଡ଼ିକୁ LSIରୁ Red Hat Enterprise Linux ରେ ସହାୟତା ଯୋଗ କରିଥାଏ।

ଅସ୍ଥାୟୀ ହାର୍ଡୱେର ବିଭାଜନ ଏବଂ ତନ୍ତ୍ର ବୋର୍ଡ ସ୍ଲଟ ଚିହ୍ନଟକୁ ସହାୟତା

ଅସ୍ଥାୟୀ ହାର୍ଡୱେର ବିଭାଜନ ଏବଂ ତନ୍ତ୍ର ବୋର୍ଡ ସ୍ଲଟ ଚିହ୍ନଟ ବିଶେଷତାଗୁଡ଼ିକୁ ଉଚ୍ଚ-ସ୍ତରୀୟ ତନ୍ତ୍ର ମିଡିଲୱେର କିମ୍ବା ପୁନଃସଂରଚନା ପାଇଁ ପ୍ରୟୋଗଗୁଡ଼ିକ ଏବଂ ବ୍ୟବହାରକାରୀଙ୍କୁ ତନ୍ତ୍ର ବୃଦ୍ଧି ପାଇଁ ଅନୁମତି ଦେଇଥାଏ ଯାହାକି ଅତିରିକ୍ତ କାର୍ଯ୍ୟଭାରକୁ ବିନା ପୁନଃଚାଳନରେ ସହାୟତା କରିଥାଏ।

ଭବିଷ୍ୟତ Intel 2D ଏବଂ 3D ଆଲେଖୀ

ଭବିଷ୍ୟତ Intel 2D ଏବଂ 3D ଆଲେଖୀ ପାଇଁ ସହାୟତାକୁ ଭବିଷ୍ୟତ Intel ସଞ୍ଚାଳକ ବ୍ୟବହାର କରୁଥିବା ତନ୍ତ୍ରଗୁଡ଼ିକୁ ଅନୁମତି ଦେବାକୁ ଯୋଗ କରାଯାଇଛି ଯାହାକି Red Hat ହାର୍ଡୱେର ପ୍ରମାଣପତ୍ର ପ୍ରଗ୍ରାମ ମାଧ୍ଯମରେ ପ୍ରମାଣିତ ହୋଇଥାଏ।

ଆବୃତ୍ତି ସମ୍ବେଦନଶୀଳ ମତାମତ ମନିଟର

ଆବୃତ୍ତି ସମ୍ବେଦନଶୀଳ ମତାମତ ମନିଟର ଉତ୍ତମ ସୂଚନା ସହିତ ପ୍ରଚାଳନ ତନ୍ତ୍ର ପ୍ରଦାନ କରିଥାଏ ଯାହାଫଳରେ ତାହା ଶକ୍ତି ସଞ୍ଚୟ ସମୟରେ ଉତ୍ତମ ଆବୃତ୍ତି ପରିବର୍ତ୍ତନ ସମାଧାନ ବାହାର କରିଥାଏ।

ECC ସ୍ମୃତିସ୍ଥାନ ସହାୟତା

ତୃଟି ସଂଶୋଧନ ସଂକେତ (ECC) ସ୍ମୃତିକୁ ଭବିଷ୍ଯତ AMD ସଞ୍ଚାଳକଗୁଡ଼ିକ ପାଇଁ ସକ୍ରିୟ କରାଯାଇଛି। ଏହି ବିଶେଷତା କାର୍ଯ୍ୟଦକ୍ଷତା ଏବଂ ତୃଟିଗୁଡ଼ିକୁ ECC ସ୍ମୃତି ସମ୍ପୃକ୍ତ କାଉଣ୍ଟର ଏବଂ ସ୍ଥିତି ବିଟଗୁଡ଼ିକୁ ଯାଞ୍ଚ କରିବା ପାଇଁ କ୍ଷମତା ପ୍ରଦାନ କରିଥାଏ।

1TB ରୁ ଅଧିକ ସ୍ମୃତିସ୍ଥାନ ବିଶିଷ୍ଟ AMD ତନ୍ତ୍ରଗୁଡ଼ିକ ପାଇଁ ସହାୟତା

କର୍ଣ୍ଣଲ ବର୍ତ୍ତମାନ AMD ତନ୍ତ୍ରଗୁଡ଼ିକ ଉପରେ 1TB ରୁ ଅଧିକ RAM ବିଶିଷ୍ଟ ସ୍ମୃତି ସଂରଚନାକୁ ସହାୟତା କରିଥାଏ।

ଅଧ୍ଯାୟ 9. ଅନୁଷ୍ଠାନ ମାନକ ଏବଂ ପ୍ରମାଣପତ୍ର

FIPS 140 ପୁନଃବୈଧିକରଣ

Federal ସୂଚନା କାର୍ଯ୍ୟକାରୀ ମାନ୍ୟତା (FIPS) ପ୍ରକାଶନ 140 ଟି ଏକ U.S. ସରକାର ସୁରକ୍ଷା ମାନ୍ୟତା ଯାହାକି ସୁରକ୍ଷା ଆବଶ୍ୟକତାଗୁଡ଼ିକୁ ଉଲ୍ଲେଖ କରିଥାଏ ଯାହା ନିଶ୍ଚିତ ଭାବରେଏକ ସୁରକ୍ଷା ତନ୍ତ୍ର ମଧ୍ଯରେ କ୍ରିପ୍ଟୋଗ୍ରାଫିକ ମଡ୍ୟୁଲ ଉପଯୋଗ ଦ୍ୱାରା ସମାଧାନ ହେବା ଉଚିତ, କିନ୍ତୁ ସୂଚନା ଉଲ୍ଲେଖ ହୋଇନଥାଏ। ସେହି ମାନ୍ୟତା ସୁରକ୍ଷାର ଚାରୋଟି ବର୍ଦ୍ଧିତ, ଗୁଣବତ୍ତା ସ୍ତର ପ୍ରଦାନ କରିଥାଏ: ସ୍ତର 1, ସ୍ତର 2, ସ୍ତର 3, ଏବଂ ସ୍ତର 4। ଏହି ସ୍ତରଗୁଡ଼ିକ ସାମର୍ଥ ପ୍ରୟୋଗ ଏବଂ ପରିବେଶକୁ ସମ୍ପନ୍ନ କରିବା ପାଇଁ ନିଯୁକ୍ତଥାଏ ଯେଉଁଥିରେ କ୍ରିପ୍ଟୋଗ୍ରାଫିକ ମଡ୍ୟୁଲ ହୁଏତ ନିଯୁକ୍ତ ଥାଇପାରେ। ସୁରକ୍ଷା ଆବଶ୍ୟକତାଗୁଡ଼ିକରେ ସୁରକ୍ଷିତ ସଂରଚନା ଏବଂ କ୍ରିପ୍ଟୋଗ୍ରାଫିକ ଏକକାଂଶର ନିୟୋଜନ ସମ୍ପୃକ୍ତ। ଏହି ସ୍ଥାନଗୁଡ଼ିକରେ କ୍ରିପ୍ଟୋଗ୍ରାଫିକ ମଡ୍ୟୁଲ ବିଶେଷାଙ୍କ, କ୍ରିପ୍ଟୋଗ୍ରାଫିକ ମଡ୍ୟୁଲ ପୋର୍ଟ ଏବଂ ଅନ୍ତରାପୃଷ୍ଠ ଅନ୍ତର୍ଭୁକ୍ତ; ଭୂମିକା, ସର୍ଭିସ, ଏବଂ ବୈଧିକରଣ; ସିମୀତ ମଡେଲ; ଭୌତିକ ସୁରକ୍ଷା; ପ୍ରୟୋଗାତ୍ମକ ପରିବେଶ; କ୍ରିପ୍ଟୋଗ୍ରାଫିକ କି ପରିଚାଳନା; ଇଲେକ୍ଟ୍ରୋମ୍ୟାଗନେଟିକ ଅନ୍ତରାପୃଷ୍ଠ/ଇଲେକ୍ଟ୍ରୋମ୍ୟାଗନେଟିକ ସୁସଙ୍ଗତ (EMI/EMC); ସ୍ୱୟଂ-ପରୀକ୍ଷଣ; ରଚନା ଭରଷା; ଏବଂ ଆକ୍ରମଣରୁ ଆଶ୍ୱସ୍ତ।
Red Hat Enterprise Linux 6.5 NSA ପ୍ରକାର B କ୍ରିପ୍ଟୋଗ୍ରାଫି ଉନ୍ନତି ଏବଂ ପ୍ରମାଣପତ୍ରଗୁଡ଼ିକୁ ସହାୟତା କରିଥାଏ।ଏହି କ୍ରିପ୍ଟୋଗ୍ରାଫିକ ଆଲଗୋରିଦମଗୁଡ଼ିକ ଉଚ୍ଚମାନର ସୁରକ୍ଷିତ ନେଟୱର୍କିଙ୍ଗ ଯୋଗାଯୋଗ ପ୍ରଦାନ କରିଥାଏ। NSA SUITE B ସରକାରୀ ସଂସ୍ଥାଗୁଡ଼ିକୁ NIST 800 - 131 ଅନ୍ତର୍ଗତରେ ଆବଶ୍ୟକ କରିଥାଏ। NSA ପ୍ରକାର B କ୍ରିପ୍ଟୋଗ୍ରାଫିରେ ନିମ୍ନଲିଖିତ ଅନ୍ତର୍ଭୁକ୍ତ:
  • ଉନ୍ନତ ସଂଗୁପ୍ତକରଣ ମାନକ (AES) ସଂଗୁପ୍ତକରଣ GCM ଧାରାର ପ୍ରୟୋଗ
  • ଏଲିପଟିକ ବକ୍ର ଡିଫି–ହେଲମ୍ୟାନ (ECDH)
  • ସୁରକ୍ଷିତ ହ୍ୟାସ ଆଲଗୋରିଦମ 2 (SHA-256)
ନିମ୍ନଲିଖିତ ଲକ୍ଷ୍ଯସ୍ଥଳଗୁଡ଼ିକ ବୈଧିକରଣ ପ୍ରକ୍ରିୟାରେ ଅଛି:
  • NSS FIPS-140 ସ୍ତର 1
  • ପ୍ରକାର B ଏଲିପଟିକ ବକ୍ର କ୍ରିପ୍ଟୋଗ୍ରାଫି (ECC)
  • OpenSSH (କ୍ଲାଏଣ୍ଟ ଏବଂ ସର୍ଭର)
  • Openswan
  • dm-crypt
  • OpenSSL
  • କର୍ଣ୍ଣଲ କ୍ରିପ୍ଟୋ
  • AES-GCM, AES-CTS, AES-CTR ସିଫର

FSTEK ପ୍ରମାଣପତ୍ର

ରୁସିଆନ ଫେଡେରେସନ ପାଖରେ ନିଜର ପ୍ରମାଣପତ୍ର ପଦ୍ଧତି ଅଛି ଯାହାକି ବିଦେଶୀ ବିକ୍ରେତାର ସୁରକ୍ଷା ହାସଲ ନିର୍ଦ୍ଧାରଣ ପାଇଁ ସାଧାରଣ ବିଶେଷତା ପ୍ରମାଣପତ୍ର ପରେ ରଚନା କରାଯାଇଛି। ଯାନ୍ତ୍ରିକ ଏବଂ ରପ୍ତାନୀ ନିୟନ୍ତ୍ରଣ (FSTEK) ପ୍ରମାଣପତ୍ର ହାସଲ ପାଇଁ ଫେଡେରାଲ ସର୍ଭିସ ବିଦେଶୀ ବିକ୍ରେତାମାନଙ୍କ ପାଇଁ ସୂଚନା ସୁରକ୍ଷା ଉତ୍ପାଦନ ଏବଂ ରୁସିଆନ ସରକାରୀ ସଂସ୍ଥା ପାଇଁ ଆବଶ୍ୟକ ହୋଇଥାଏ।
ଉଭୟ ଭାବରେ ବ୍ୟବହୃତ ପ୍ରଯୁକ୍ତିଜ୍ଞାନର ରପ୍ତାନୀର ନିୟନ୍ତ୍ରଣକୁ ଅନ୍ତର୍ଭୁକ୍ତ କରି, ଅନୁମତିପତ୍ର ସୂଚନା ସୁରକ୍ଷା ପ୍ରଯୁକ୍ତିଜ୍ଞାନ ସହିତ, FSTEK ସଂସ୍ଥା ସେହି ଦେଶର ରପ୍ତାନୀ ନିୟନ୍ତ୍ରଣ ନିୟମାବଳୀକୁ ଦେଖିଥାଏ, ଯାହାକି ଉଭୟ ଜନତା ଏବଂ ସୁରକ୍ଷାକର୍ମୀ କାମରେ ବ୍ୟବହାର ହୋଇପାରିବ।
ବିଦେଶୀ ବିକ୍ରେତାମାନଙ୍କ ପାଇଁ FSTEK ପ୍ରମାଣପତ୍ର ଏକ ନ୍ୟାୟପାଳିକା ଆବଶ୍ୟକତା ଯଦି ସେହିଉତ୍ପାଦନଟି ବ୍ୟକ୍ତିଗତ ସୂଚନାକୁ ବ୍ୟବହାର କରିଥାଏ, ସଂରକ୍ଷଣ କରିଥାଏ ଅଥବା କାର୍ଯ୍ୟକାରୀ କରିଥାଏ ଏବଂ ତାହାକୁ ରୁସିଆନ ଫେଡେରେସନରେ Red Hat ନାମ ଅନ୍ତର୍ଗତରେ ଫେଡେରାଲ ଏବଂ ବାଣିଜ୍ୟିକ ବିକ୍ରୟ ଦ୍ୱାରା ବୈଧିକୃତ କରାଯିବ।
FSTEK ପ୍ରମାଣପତ୍ରଟି ଏକ ନିର୍ଦ୍ଦିଷ୍ଟ Red Hat Enterprise Linux 6 ଗୌଣ ପ୍ରକାଶନ ଉପରେ ଆଧାରିତ ନୁହଁ ଏବଂ ସେହିପରି ଭାବରେ ଏହା ସମଗ୍ର Red Hat Enterprise Linux 6 ପ୍ରକାଶନକୁ ପ୍ରମାଣପତ୍ର ପାଇବା ସମୟରେ ପ୍ରାପ୍ତ ହେବ।

ଅଧ୍ଯାୟ 10. ଡେସ୍କଟପ ଏବଂ ଆଲେଖୀ

ଆଲେଖୀ ଅଦ୍ୟତନ ଏବଂ ନୂତନ ହାର୍ଡୱେର ସହାୟତା

Red Hat Enterprise Linux 6.5 ରେ ଆଲେଖୀ ଅଦ୍ୟତନଗୁଡ଼ିକ ନିମ୍ନଲିଖିତକୁ ଧାରଣ କରିଥାଏ:
  • ଭବିଷ୍ଯତ Intel ଏବଂ AMD ଉପକରଣଗୁଡ଼ିକ ପାଇଁ ସହାୟତା
  • ସ୍ପାଇସ ଉନ୍ନତିମାନ
  • ଉନ୍ନତ ଏକାଧିକ ମନିଟର ସହାୟତା ଏବଂ ଟଚସ୍କ୍ରିନ ସହାୟତା

ଅଦ୍ୟତିତ gdm

gdm ପ୍ରୟୋଗ ପାଇଁ ଅଦ୍ୟତନରେ ପ୍ରବେଶ ସଂକେତ ସମୟ ସମାପ୍ତି ସନ୍ଦେଶଗୁଡ଼ିକର ସମାଧାନ, ଏକାଧିକ ସ୍ଥାନ ସହାୟତା ଏବଂ ସ୍ଥାନୀୟ ପାରସ୍ପରିକ ସମସ୍ୟାଗୁଡ଼ିକର ସମାଧାନ ଅନ୍ତର୍ଭୁକ୍ତ।

ଉନ୍ନତ Evolution

Microsoft Exchange ସହିତ ପାରସ୍ପରିକ କ୍ରିୟାକୁ ଉନ୍ନତ କରିବା ପାଇଁ Evolution ପ୍ରୟୋଗକୁ ନୂତନତମ ଅପଷ୍ଟ୍ରିମ ସଂସ୍କରଣକୁ ଉନ୍ନତ କରାଯାଇଛି । ଏଥିରେ ନୂତନ ଏକ୍ସଚେଞ୍ଜ ୱେବ ସର୍ଭିସ (EWS), ଉନ୍ନତ ସାକ୍ଷାତକାର ସହାୟତା ଏବଂ ଉନ୍ନତ ଫୋଲଡର ସହାୟତା ଅନ୍ତର୍ଭୁକ୍ତ।

ପୁନଃଆଧାରିତ LibreOffice

Red Hat Enterprise Linux 6.5 ପ୍ରକାଶନରେ, LibreOffice କୁ ଅପଷ୍ଟ୍ରିମ ସଂସ୍କରଣ 4.0.4 କୁ ଉନ୍ନତ କରାଯାଇଛି।

AMD GPUs ପାଇଁ ସହାୟତା

ନୂତନତମ AMD ଆଲେଖୀ ସଞ୍ଚାଳକ ଏକକଗୁଡ଼ିକୁ (GPUs) Red Hat Enterprise Linux 6.5 ରେ ଯୋଗ କରାଯାଇଛି

ନେଟୱର୍କ ପରିଚାଳକରେ ଉପନାମ ସହାୟତା

ନେଟୱର୍କ ପରିଚାଳକରେ ଉପନାମ ସହାୟତାକୁ ଯୋଗ କରାଯାଇଛି। ତଥାପି, ବ୍ୟବହାରକାରୀମାନଙ୍କୁ ଏକାଧିକ କିମ୍ବା ଦ୍ୱିତୀୟକ IP ବିଶେଷତା ବ୍ୟବହାର କରିବା ପାଇଁ ବିଶେଷ ଭାବରେ ପରାମର୍ଶ ଦିଆଯାଉଛି।

ଅଧ୍ଯାୟ 11. କାର୍ଯ୍ୟଦକ୍ଷତା ଏବଂ ମାପନୀୟତା

KSM ଉନ୍ନତିମାନ

କର୍ଣ୍ଣଲ ଦ୍ୱାରା ସହଭାଗୀ ସ୍ମୃତିସ୍ଥାନ (KSM) କୁ ଅସମାନ ସ୍ମୃତିସ୍ଥାନ ଅଭିଗମ୍ୟତା (NUMA)କୁ ଗ୍ରହଣ କରିବା ପାଇଁ ଉନ୍ନତ କରାଯାଇଛି ଯେତେବେଳେ ପୃଷ୍ଠାଗୁଡ଼ିକୁ ଏକତ୍ରିତ କରାଯାଇଥାଏ, ଯାହାକି ତନ୍ତ୍ରରେ ପ୍ରୟୋଗଗୁଡ଼ିକର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିଥାଏ। ଏବଂ ମଧ୍ଯ, ଅତିରିକ୍ତ ପୃଷ୍ଠା ପ୍ରକାରଗୁଡ଼ିକୁ Red Hat OpenShift ରେ ଉପଲବ୍ଧ ପ୍ରୟୋଗଗୁଡ଼ିକର ଘନତାର ବୃଦ୍ଧିକୁ ଅନ୍ତର୍ଭୁକ୍ତ କରିଥାଏ।

tuned ଅଦ୍ୟତନଗୁଡ଼ିକ

tuned ରୂପରେଖାଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ପରିସ୍ଥିତି ପାଇଁ ସର୍ବୋତ୍ତମ କାର୍ଯ୍ୟଦକ୍ଷତା ପ୍ରଦାନ କରିବା ପାଇଁ ବଛାଯାଇଥାଏ।

ଅଧ୍ଯାୟ 12. ସଙ୍କଳକ ଏବଂ ସାଧାନମାନ

ସ୍ୱୟଂଚାଳିତ ତୃଟି ଖବର ସାଧନ (ABRT), ଖବରକାରୀମାନଙ୍କ ପୂର୍ବନିର୍ଦ୍ଧାରିତ ସେଟରେ ପରିବର୍ତ୍ତନ

abrt-cli --report DIR ନିର୍ଦ୍ଦେଶକୁ ଚଲାଇବା ଫଳରେ ବର୍ତ୍ତମାନ ନିମ୍ନଲିଖିତ ଖବରକାରୀମାନଙ୍କୁ ଦର୍ଶାଇଥାଏ:
ଆପଣ କିପରି ଏହି ସମସ୍ୟାକୁ ଖବର କରିବା ପାଇଁ ଚାହୁଁଛନ୍ତି?
 1) ନୂତନ Red Hat ସହାୟତା ପରିସ୍ଥିତି
 2) ସ୍ଥିତବାନ Red Hat ସହାୟତା ପରିସ୍ଥିତି
 3) tar ଅଭିଲେଖରେ ସଂରକ୍ଷଣ କରନ୍ତୁ

ଉପାଦାନ ସଂସ୍କରଣଗୁଡ଼ିକ

ଏହି ଅନୁକ୍ରମଣିକାଟି ଉପାଦାନଗୁଡ଼ିକର ଏକ ତାଲିକା ଏବଂ Red Hat Enterprise Linux 6.5 ପ୍ରକାଶନରେ ସେଗୁଡ଼ିକର ସଂସ୍କରଣ।
ଉପାଦାନ
ସଂସ୍କରଣ
କର୍ଣ୍ଣଲ
2.6.32-421
QLogic qla2xxx ଡ୍ରାଇଭର
8.04.00.08.06.4-k
QLogic ql2xxx ଫର୍ମୱେର
ql23xx-firmware-3.03.27-3.1
ql2100-firmware-1.19.38-3.1
ql2200-firmware-2.02.08-3.1
ql2400-firmware-7.00.01-1
ql2500-firmware-7.00.01-1
ଏମ୍ୟୁଲେକ୍ସ lpfc ଡ୍ରାଇଭର
8.3.7.21.1p
iSCSI ପ୍ରାରମ୍ଭକର୍ତ୍ତା ଉପଯୋଗୀତାଗୁଡ଼ିକ
iscsi-initiator-utils-6.2.0.873-9
DM - ଏକାଧିକ ପଥ
device-mapper-multipath-0.4.9-71
LVM
lvm2-22.02.100-4
ସାରଣୀ A.1. ଉପାଦାନ ସଂସ୍କରଣଗୁଡ଼ିକ

ପୁନରୀକ୍ଷଣ ପୁରୁଣା ତଥ୍ୟ

ସଂଶୋଧନ ଇତିହାସ
ସଂଶୋଧନ 1.0-7Thu Nov 21 2013ଏଲିସ୍କା ସ୍ଲୋବୋଡ଼ୋଭା
Red Hat Enterprise Linux 6.5 ପ୍ରକାଶନ ଟିପ୍ପଣୀର ପ୍ରକାଶନ।
ସଂଶୋଧନ 1.0-3Thu Oct 3 2013ଏଲିସ୍କା ସ୍ଲୋବୋଡ଼ୋଭା
Red Hat Enterprise Linux 6.5 ବିଟା ପ୍ରକାଶନ ଟିପ୍ପଣୀର ପ୍ରକାଶନ।